ଡ୍ରେନରେ ପଡି ବ୍ୟକ୍ତିଙ୍କ ମୃତ୍ୟୁ
ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ମୁକୁଳା ଡ୍ରେନରେ ପଡି ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ବାଇପାସ ଅଂଚଳରେ। ସାଳନ୍ଦୀ କେନାଲ ଡିଭିଜନ ଅଫିସ ପଛ ପଟେ ଯାଇଥିବା ଡ୍ରେନରେ ଆଜି ସ୍ଥାନୀୟ ବାଇପାସ ଅଂଚଳର ଅକ୍ଷୟ ପ୍ରଧାନ ଶାଗ ତୋଳିବାକୁ ଯ
DRAIN RE PADI BYAKTINKA MRUTYU


ଭଦ୍ରକ, ୨୯ ସେପ୍ଟେମ୍ବର (ହି.ସ.) - ମୁକୁଳା ଡ୍ରେନରେ ପଡି ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ବାଇପାସ ଅଂଚଳରେ। ସାଳନ୍ଦୀ କେନାଲ ଡିଭିଜନ ଅଫିସ ପଛ ପଟେ ଯାଇଥିବା ଡ୍ରେନରେ ଆଜି ସ୍ଥାନୀୟ ବାଇପାସ ଅଂଚଳର ଅକ୍ଷୟ ପ୍ରଧାନ ଶାଗ ତୋଳିବାକୁ ଯାଇଥିବା ବେଳେ ସେହି ମୁକୁଳା ଡ୍ରେନରେ ଗୋଡ଼ ଖସି ଯିବାରୁ ବ୍ୟକ୍ତି ଜଣକ ଡ୍ରେନରେ ପଡି ଯାଇଥିଲେ। ଏହି ଡ୍ରେନରେ ପଡିବା ଫଳରେ ବୁଡି ଯାଇଥିଲେ ସମ୍ପୃକ୍ତ ବ୍ୟକ୍ତି ଜଣକ। ଏହି ଡ୍ରେନ ପାଣିରୁ ଉଠି ନ ପାରି ବ୍ୟକ୍ତି ଜଣକ ମୃତ୍ୟୁ ବରଣ କରିଛନ୍ତି। ଘର ଲୋକେ ଖୋଜା ଖୋଜି କରିବା ସହ ସ୍ଥାନୀୟ ଲୋକ ମାନେ ଡ୍ରେନରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକମାନେ ଟାଉନ ପୋଲିସ ସହ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଟାଉନ ପୋଲିସ ଅଧିକାରୀ ପହଂଚିଥିଲେ। ଅଗ୍ନିଶମ ବାହିନୀ ମୁକୁଳା ଡ୍ରେନ ରୁ ଭାସୁ ଥିବା ମୃତ ଦେହ କୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ଟାଉନ ପୋଲିସ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande