ଝଡ଼ ସହିତ ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୫ ସେପ୍ଟେମ୍ବର (ହି.ସ.)- ଝଡ଼ ସହିତ ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ରାଜ୍ୟର ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପ
ଝଡ଼ ସହିତ ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୧୩ ଜିଲ୍ଲାକୁ ଚେତାବନୀ


ଭୁବନେଶ୍ୱର, ୫ ସେପ୍ଟେମ୍ବର (ହି.ସ.)- ଝଡ଼ ସହିତ ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ରାଜ୍ୟର ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି । ଚେତାବନୀ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ରହିପାରେ ।

ଅନୁରୂପ ଭାବେ ପରବର୍ତୀ ୨ ଦିନ ଅର୍ଥାତ୍ ୬ ତାରିଖ ସକାଳ ଠାରୁ ୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କୌଣସି ଜିଲ୍ଲାକୁ ଚେତାବନୀ ନାହିଁ ।

ସେହିପରି ଝଡ଼ ସହିତ ବଜ୍ରପାତ ଓ ପବନର ସମ୍ଭାବନା ନେଇ ୮ ତାରିଖ ସକାଳ ଠାରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ୧୩ ଜିଲ୍ଲା, ୯ ତାରିଖ ସକାଳ ଠାରୁ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ୧୩ ଜିଲ୍ଲା, ୧୦ ତାରିଖ ସକାଳ ଠାରୁ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ୧୩ ଜିଲ୍ଲା ଏବଂ ୧୧ ତାରିଖ ସକାଳ ଠାରୁ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande