ଉଚ୍ଚଶିକ୍ଷାରେ ଦକ୍ଷତା ବିକାଶ ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ, ବିଭିନ୍ନ ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷର, ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ) ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ଦକ୍ଷତାଭିତ୍ତିକ, ଗୁଣାତ୍ମକ ଓ ନିଯୁକ୍ତିମୁଖୀ କରିବା ଲକ୍ଷ୍ୟରେ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସଂସ୍ଥା ସହ ବୁଝାମଣା ପତ୍ର
ଉଚ୍ଚଶିକ୍ଷାରେ ଦକ୍ଷତା     ବିକାଶ ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ, ବିଭିନ୍ନ ସଂସ୍ଥା ସହ     ବୁଝାମଣା ପତ୍ର ସ୍ୱାକ୍ଷର, ଏଆଇ       ପାଠ୍ୟକ୍ରମର ଶୁଭାରମ୍ଭ


ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ) ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ଦକ୍ଷତାଭିତ୍ତିକ,

ଗୁଣାତ୍ମକ ଓ ନିଯୁକ୍ତିମୁଖୀ କରିବା ଲକ୍ଷ୍ୟରେ ଆଜି ଉଚ୍ଚଶିକ୍ଷା ବିଭାଗ

ପକ୍ଷରୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସଂସ୍ଥା ସହ ବୁଝାମଣା ପତ୍ର

ସ୍ୱାକ୍ଷର ସହ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାଙ୍କ ଦକ୍ଷତା ବିକାଶ ପାଇଁ ନୂଆ

କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।

ଉଚ୍ଚଶିକ୍ଷା ବିଭାଗ ସହ ସିଏସ୍ଆର୍

ବକ୍ସ, ନନ୍ଦୀ ଫାଉଣ୍ଡେସନ ଏବଂ ଓକେସିଏଲ୍ ମଧ୍ୟରେ

ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବାବେଳେ, ନାସକମ୍ ସହଭାଗିତାରେ

‘ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତ୍ତା ପାଠ୍ୟକ୍ରମ’ର ଶୁଭାରମ୍ଭ କରାଯାଇଛି। ଏଥିସହ ଅହମଦାବାଦସ୍ଥିତ

ଭାରତୀୟ ଉଦ୍ୟୋଗୀତା ବିକାଶ ପ୍ରତିଷ୍ଠାନ ସହ ଅଧ୍ୟାପକ ପ୍ରଶିକ୍ଷଣ, ଶିକ୍ଷାନୁଷ୍ଠାନ

ଓ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ଏବଂ ପ୍ରଶ୍ନବ୍ୟାଙ୍କ ପୋର୍ଟାଲର ମଧ୍ୟ ଶୁଭାରମ୍ଭ

ହୋଇଛି।

୧. ୧ ଲକ୍ଷ ୨୫ ହଜାରରୁ ଅଧିକ

ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ

ଉଚ୍ଚଶିକ୍ଷା ବିଭାଗ ଓ ଆଇବିଏମ୍-ସିଏସ୍ଆର୍

ବକ୍ସ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର ମାଧ୍ୟମରେ ରାଜ୍ୟର ୧ ଲକ୍ଷ ୨୫ ହଜାରରୁ ଅଧିକ

ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କରାଯିବ। ଏଥିରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ସାମିଲ ହେବେ।

କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ ସାକ୍ଷରତା, ଉଦ୍ୟୋଗୀତାଭିତ୍ତିକ

ଚିନ୍ତନ ଓ ପରିଯୋଜନା ପରିଚାଳନା ଭଳି ବିଷୟରେ ଅନଲାଇନ୍ ପାଠ୍ୟକ୍ରମ, କର୍ମଶାଳା

ଓ ପରିଯୋଜନାଭିତ୍ତିକ ଶିକ୍ଷା ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ।

ବିଶେଷ ଭାବେ ରାଜ୍ୟର ଉପାନ୍ତ

ଓ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ୧୦୭ଟି ଉଚ୍ଚଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଏହି

କାର୍ଯ୍ୟକ୍ରମରେ ସାମିଲ କରାଯିବ। ଏଥିସହ ଅଧ୍ୟାପକ ଓ ଅଧ୍ୟାପିକାଙ୍କ କୃତ୍ରିମ ବୁଦ୍ଧିମତ୍ତା

କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

୨. ଛାତ୍ରୀଙ୍କ ପାଇଁ ବିଶେଷ

ଦକ୍ଷତା ବିକାଶ ପ୍ରଶିକ୍ଷଣ

ଉଚ୍ଚଶିକ୍ଷା ବିଭାଗ ଓ ନନ୍ଦୀ

ଫାଉଣ୍ଡେସନ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ଅନୁଯାୟୀ ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷରେ

ପଢ଼ୁଥିବା ଛାତ୍ରୀମାନଙ୍କୁ ପ୍ରତ୍ୟକ୍ଷ ପ୍ରଶିକ୍ଷଣ ଦିଆଯିବ।

ଏହି ପ୍ରଶିକ୍ଷଣରେ ଆର୍ଥିକ

ସାକ୍ଷରତା, ସମାଲୋଚନାତ୍ମକ ଚିନ୍ତନ, ସାର୍ବଜନୀନ ବକ୍ତୃତା ଓ ଯୋଗାଯୋଗ ଦକ୍ଷତା ଆଦି ଉପରେ ତାଲିମ ଦିଆଯିବ। ଏହା

ଛାତ୍ରୀମାନଙ୍କୁ ଭବିଷ୍ୟତରେ ନିଯୁକ୍ତି କ୍ଷେତ୍ରରେ ଅଧିକ ସକ୍ଷମ କରିବ।

୩. ଯୋଗାଯୋଗ ଦକ୍ଷତା ସହ

କୃତ୍ରିମ ବୁଦ୍ଧିମତ୍ତା ପ୍ରଶିକ୍ଷଣ

ଓକେସିଏଲ୍ ସହ ହୋଇଥିବା

ବୁଝାମଣା ପତ୍ର ଅନୁଯାୟୀ ଡିଜିଟାଲ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ୩୦ ଘଣ୍ଟିଆ ଯୋଗାଯୋଗ ଦକ୍ଷତା

ପ୍ରଶିକ୍ଷଣ ଏବଂ ୧୦ ଘଣ୍ଟିଆ କୃତ୍ରିମ ବୁଦ୍ଧିମତ୍ତା ପାଠ୍ୟକ୍ରମ ପ୍ରଦାନ କରାଯିବ। ଏଥିସହ

ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଘଣ୍ଟିଆ କୃତ୍ରିମ ବୁଦ୍ଧିମତ୍ତା ପରିଚୟମୂଳକ ପ୍ରଶିକ୍ଷଣ

ଦିଆଯିବ।

୪. ‘ସମସ୍ତଙ୍କ ପାଇଁ

କୃତ୍ରିମ ବୁଦ୍ଧିମତ୍ତା ପାଠ୍ୟକ୍ରମ’ର ଶୁଭାରମ୍ଭ

ନାସକମ୍ ସହଭାଗିତାରେ ଆଜି

‘ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତ୍ତା ପାଠ୍ୟକ୍ରମ’ର ଶୁଭାରମ୍ଭ ହୋଇଛି। ଏହା ମାଧ୍ୟମରେ

ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ଅଧ୍ୟାପକ-ଅଧ୍ୟାପିକାଙ୍କୁ

କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦକ୍ଷ କରାଯିବ।

ଅନଲାଇନ୍ ମାଧ୍ୟମରେ ଏହି

ପାଠ୍ୟକ୍ରମ ପ୍ରଦାନ କରାଯାଇ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବାର ଲକ୍ଷ୍ୟ

ରଖାଯାଇଛି।

୫. ଉଦ୍ୟୋଗୀତା ବିକାଶ ପାଇଁ

୪୦ ଅଧ୍ୟାପକଙ୍କୁ ପ୍ରଶିକ୍ଷଣ

ଉଚ୍ଚଶିକ୍ଷା ବିଭାଗ ଓ ଭାରତୀୟ

ଉଦ୍ୟୋଗୀତା ବିକାଶ ପ୍ରତିଷ୍ଠାନ, ଅହମଦାବାଦର

ମିଳିତ ସହଯୋଗରେ ଅଧ୍ୟାପକ ପରାମର୍ଶଦାତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ୪୦ ଜଣ

ଅଧ୍ୟାପକଙ୍କୁ ୬ ଦିନିଆ ପ୍ରଶିକ୍ଷଣ ଦିଆଯିବ।

ଉଦ୍ୟୋଗୀତା, ଉଦ୍ୟୋଗୀତା ପ୍ରଶିକ୍ଷଣ ଦକ୍ଷତା, ପରାମର୍ଶଦାନ, ଉଦ୍ୟୋଗ ବିକାଶ ଉପକରଣ ଏବଂ ଅନୁଷ୍ଠାନିକ

ଉଦ୍ୟୋଗୀତା ପରିବେଶ ଭଳି ବିଷୟରେ ଅଧ୍ୟାପକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ଉଚ୍ଚଶିକ୍ଷାନୁଷ୍ଠାନରେ ନବଉଦ୍ୟମ ଓ ଉଦ୍ୟୋଗୀତାର ପରିବେଶକୁ ସୁଦୃଢ଼ କରିବାରେ ଏହା ଏକ

ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ।

୬. ଶିକ୍ଷାନୁଷ୍ଠାନ ଓ

ଶିକ୍ଷକଙ୍କ କାର୍ଯ୍ୟଦକ୍ଷତାର ମୂଲ୍ୟାୟନ

ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା

ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଶିକ୍ଷାନୁଷ୍ଠାନ ଓ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ

ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏହା ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷାଗତ

ପ୍ରଦର୍ଶନର ମୂଲ୍ୟାୟନ କରାଯିବ।

ଛାତ୍ରଛାତ୍ରୀ, ଅଧ୍ୟାପକ, ଭିତ୍ତିଭୂମି

ଏବଂ କାର୍ଯ୍ୟକଳାପ—ଏହି ୪ଟି ପ୍ରମୁଖ ସୂଚକ ଅଧୀନରେ ରହିଥିବା ୫୨ଟି ପ୍ରମୁଖ କାର୍ଯ୍ୟଦକ୍ଷତା

ସୂଚକ ଆଧାରରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷାଗତ ପ୍ରଦର୍ଶନର ମୂଲ୍ୟାୟନ କରାଯିବ।

୭. ପ୍ରଶ୍ନବ୍ୟାଙ୍କ ପୋର୍ଟାଲ

ମାଧ୍ୟମରେ ପ୍ରଶ୍ନପତ୍ରର ଗୁଣବତ୍ତା ସୁନିଶ୍ଚିତ

ଜାତୀୟ ଶିକ୍ଷା ନୀତି-୨୦୨୦

ଆଧାରରେ ‘ପ୍ରଶ୍ନବ୍ୟାଙ୍କ ପୋର୍ଟାଲ’ର ଶୁଭାରମ୍ଭ ହୋଇଛି। ଏହି ବ୍ୟବସ୍ଥା ମାଧ୍ୟମରେ

ଦ୍ୱିସ୍ତରୀୟ ଯାଞ୍ଚ ପ୍ରକ୍ରିୟାରେ ପ୍ରଶ୍ନପତ୍ରର ଗୁଣବତ୍ତା ସୁନିଶ୍ଚିତ କରାଯିବ।

ଜାତୀୟ କ୍ରେଡିଟ୍ ଢାଞ୍ଚାର

ମାନଦଣ୍ଡ ଅନୁଯାୟୀ ପ୍ରଶ୍ନପତ୍ର ପ୍ରସ୍ତୁତ କରିବା ସହ ଛାତ୍ରଛାତ୍ରୀଙ୍କ ଦକ୍ଷତାର ଉପଯୁକ୍ତ

ମୂଲ୍ୟାୟନ କରିବା ଏହି ପୋର୍ଟାଲର ପ୍ରମୁଖ ଉଦ୍ଦେଶ୍ୟ।

ସମଗ୍ର ପଦକ୍ଷେପ ମାଧ୍ୟମରେ

ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ଦକ୍ଷତାଭିତ୍ତିକ, ପ୍ରଯୁକ୍ତିମୁଖୀ, ନିଯୁକ୍ତିଯୋଗ୍ୟ ଏବଂ

ଗୁଣାତ୍ମକ କରିବା ଦିଗରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande