
ଭୁବନେଶ୍ୱର, 05 ସେପ୍ଟେମ୍ବର (ହି.ସ.)- ରବିନାରାୟଣ
ନାଏକଙ୍କ ମାତୃବିୟୋଗରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଶୋକ ପ୍ରକାଶ କରିଛନ୍ତି । ସୋସିଆଲ
ହ୍ୟାଣ୍ଡେଲ ଏକ୍ସରେ ଏକ ଶୋକ ବାର୍ତ୍ତା ଜାରି କରି ଜୁଏଲ ଓରାମ କହିଛନ୍ତି ଯେ, ଓଡ଼ିଶା
ସରକାରରେ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକଙ୍କ ମାତାଜୀଙ୍କ ଦେହାନ୍ତ ସମ୍ବାଦ ଶୁଣି ମୁଁ
ଅତ୍ୟନ୍ତ ଦୁଃଖିତ ।
ସେ ଶୋକସନ୍ତପ୍ତ ପରିବାରଙ୍କ
ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାଙ୍କୁ
ସଦ୍ଗତି ପ୍ରଦାନ ଏବଂ ଶୋକାକୁଳ ପରିବାରକୁ ଏହି ଅସହ୍ୟ ଦୁଃଖ ସହିବାର ଶକ୍ତି ପ୍ରଦାନ ନିମନ୍ତେ
ପ୍ରାର୍ଥନା କରିଛନ୍ତି ଜୁଏଲ ଓରାମ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା