
ଭୁବନେଶ୍ୱର, 05 ସେପ୍ଟେମ୍ବର (ହି.ସ.)- ଆଜି
ଶ୍ରୀଜଗନ୍ନାଥ ଧାମ, ପୁରୀରେ ଆଦରଣୀୟ ଦିଦି ମା’ ସାଧ୍ୱୀ ଋତମ୍ଭରାଜୀଙ୍କ ପବିତ୍ର
ସାନ୍ନିଧ୍ୟ ଓ ଆଶୀର୍ବାଦ ନେଇଛନ୍ତି ସାଂସଦ ସମ୍ବିତ ପାତ୍ର । ଏହି ଅବସରରେ ତାଙ୍କ ଶ୍ରୀମୁଖରୁ
ଶ୍ରୀମଦ୍ଭାଗବତ କଥା ଶ୍ରବଣ କରି ମନ ଆଧ୍ୟାତ୍ମିକ ଆନନ୍ଦ ଓ ଶାନ୍ତିରେ ଅଭିଭୂତ ହୋଇଉଠିଲା ବୋଲି
ସମ୍ବିତ ପାତ୍ର କହିଛନ୍ତି ।
ଭଗବାନ ଶ୍ରୀକୃଷ୍ଣଙ୍କ ଦିବ୍ୟ
ଲୀଳା, ତାଙ୍କର
ଦିବ୍ୟ ବାର୍ତ୍ତା ଏବଂ ଶ୍ରୀମଦ୍ଭାଗବତର ଶିକ୍ଷାକୁ ସ୍ମରଣ କରିବା ଜୀବନକୁ ନୂତନ ଶକ୍ତି, ସକାରାତ୍ମକତା
ଓ ସଂସ୍କାରରେ ପରିପୂର୍ଣ୍ଣ କରିଥାଏ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା