କେନ୍ଦ୍ରୀୟ ବିଦ୍ୟାଳୟ ୧ ପାଖ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା କାର, କାରଣ ଅସ୍ପଷ୍ଟ
ଭୁବନେଶ୍ୱର, 05 ସେପ୍ଟେମ୍ବର (ହି.ସ.)- କେନ୍ଦ୍ରୀୟ ବିଦ୍ୟାଳୟ ୧ ପାଖ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା କାର । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ୪୦ ମିନିଟ ଧରି ଉଦ୍ୟମ କରିଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀ ବିସ୍ଫୋର
କେନ୍ଦ୍ରୀୟ ବିଦ୍ୟାଳୟ ୧ ପାଖ     ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା କାର, କାରଣ ଅସ୍ପଷ୍ଟ


ଭୁବନେଶ୍ୱର, 05 ସେପ୍ଟେମ୍ବର (ହି.ସ.)- କେନ୍ଦ୍ରୀୟ

ବିଦ୍ୟାଳୟ ୧ ପାଖ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା କାର । ନିଆଁ ଲିଭାଇବାକୁ ଅଗ୍ନିଶମ

ବାହିନୀ ୪୦ ମିନିଟ ଧରି ଉଦ୍ୟମ କରିଥିଲା । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ଅନ୍ୟପଟେ ପ୍ରତ୍ୟକ୍ଷଦର୍ଶୀ

ବିସ୍ଫୋରକ ବୟାନ ଦେଇଛନ୍ତି । ଦୁଇ ଜଣ ଯୁବକ ବାଇକରେ ଆସି ଗାଡ଼ି ଉପରକୁ ବୋମା ଫିଙ୍ଗିଥିବା କହିଛନ୍ତି।

ଗତକାଲି ସନ୍ଧ୍ୟାରୁ ଗାଡ଼ିଟି ଏଠି ଥୁଆ ହୋଇଥିବାବେଳେ ଗାଡ଼ିର ମାଲିକ କିଏ ଜଣାପଡିନି। ଗାଡ଼ିଟି

ମହିନ୍ଦ୍ରା ଏକ୍ସୟୁଭି ୫୦୦ ବୋଲି ପ୍ରାଥମିକ ଆକଳନରୁ ଜଣାପଡିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande